ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଜି ୧୫୫ତମ ଜନ୍ମ ଦିବସ।

ଭୁବନେଶ୍ୱର:   ମୋହନ ଦାସ କରମ ଚାନ୍ଦ ଗାନ୍ଧି- ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଜି ୧୫୫ତମ ଜନ୍ମ ଦିବସ। ବାପୁଙ୍କୁ ମନେ ପକାଇ ଆଜି ସାରା ଦେଶରେଆୟୋଜନ ହୋଇଛି ବିଭିନ୍ନ କାର୍ୟ୍ୟକ୍ରମ। ଦିଲ୍ଲୀ ରାଜଘାଟ ସ୍ଥିତ ବାପୁ ସ୍ମୃତି ପୀଠରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇବେ। ଆଜିର ଦିନକୁ ସ୍ୱଚ୍ଛ ଭାରତର ସଫଳତା ଦିବସ ଭାବେ ବି ପାଳନ କରାଯାଉଛି।